ଆଦ୍ୟାନ୍ତ ସାଥି (Dear friend)

 ଈଶ୍ୱରଙ୍କ ଦାନ, ହେଇ ତୁମ ପ୍ରେମ

 ଭରିଦେଲା ମୋ ଜୀବନ,

ଯାହାର ସ୍ପର୍ଶରେ ବିଛୁରିତ ହେଲା

ଆଲୋକେ ମୋ ତନୁମନୁ |

 God's gift, O your love

  Filled my life,

Which was scattered at the touch

The light is my body





ଅମା  ଅନ୍ଧାର ର ବକ୍ଷ ଚିରି ଆସି

ହୃଦୟ ଛୁଇଁଲା ମୋର

ନିଷ୍କଳଙ୍କ  ସେଇ ହୃଦୟରେ ତୁମ

ଯତନେ ଗଢ଼ିଲି ଘର |


 He tore open the aqueduct's

dark, come

My heart was touched

In that pure heart of yours

I just built a house

 


ସବୁ ରୁକ୍ଷ ପଥ,ଝଡ଼ ବତାସ

ଲେଉଟିଲା ଆସି ପାଶେ

ତୁମ ସ୍ନେହ, ପ୍ରେମ ସୁରକ୍ଷା ସାଜିଲା

ଶକ୍ତି ହୋଇ ଚତୁଃ୍ର ପାର୍ଶ୍ୱେ   |

 All rough roads, storms

Redirected come beside

Your love and affection are protected

Power is all around


ଘନ ଅନ୍ଧକାରୁ ହାତ ଧରି ମୋର

ନେଲ ମହା ଆଲୋକରେ

ସବୁ ବିପଦରୁ ରକ୍ଷା କରିବାକୁ

ଆସିଲ  ମୋଜୀବନରେ |

 Holding my hand in the thick darkness

Withhold extraterrestrial in light

To protect all dangers

Came in my life |

 


ସାଜି କୃଷ୍ଣତମେ,ଗୀତ ଜ୍ଞାନ ଦେଲ

ମୋ ପ୍ରିୟ ସାରଥୀ ହୋଇ

ତୁମଠାରୁ ଶ୍ରେଷ୍ଠ ପରମ ପୁରୁଷ

ନାହିଁ ମୋ ଜୀବନେ କେହି |

 Became Krishna,gave knowledge of song

Becoming my favorite chariot

The greatest man of all time

No one in my life

 


ରହିଥାଅ  ତୁମେ ଏଇ ମୋ ଜୀବନେ

ବର୍ଷ ମାସ ଯୁଗଧରି

ତୁମରି କୋଳରେ ମହାଆନନ୍ଦରେ

ଆୟୁଷ  ମୋ ଯାଉସାରୀ |

 Stay in my life

For years and months

With great joy in your arms

Till my whole life|


 

ଲିଭି ଯାଉ ମୋ ଜୀବନର ଦୀପହୋଇ 

ତୁମରି ମୁହଁ କୁ ଚାହିଁ

ସଖା ବନ୍ଧୁ ଆତ୍ମୀୟ ସ୍ୱଜନ

ଲୋଡ଼ା  ନାହିଁ ଆଉ କେହି |

 Let off the lamp of my life

Look at your face

Friends and relatives

No one else is needed|


ଏତିକି ମିନତୀ ମୋ ଶେଷ ଦର୍ଶନେ

ସ୍ମିତ ହାସ୍ୟ ଟିକେ ଦେବ

ସେ ଅମୁଲ୍ୟ ରତ୍ନ ଆଖିରେ ସାଇତି

ଆତ୍ମା ମୋର ମୋକ୍ଷ ହେବ|

 That's the decent thing to do, and

 it should end there

Give a slight anti smiling

She kept her precious gems in her eyes

The soul will be my salvation

 


ପୁଣି  ନୂଆ ଜନ୍ମ ହବ ଦୁହିଁଙ୍କର

ପୁନଃ ମିଳନ ପାଇଁ

ସେଇ ଆଶା ନେଇ ଆର ଜନମରେ

ଆଶା ଅପେକ୍ଷା ରେ ଥିବି ମୁହିଁ |

 The two will be born again

For reunion

With that hope in mind

I'll be there for you

                                   ଲେଖିକା :  ଇତିସ୍ମିତା ରାୟ



Comments

Popular posts from this blog

concrete pole specification | how to calculate cement, sand and aggregate quantity in concrete

what are the possible causes of cable faults?

Depth of Field Photography Basics